ଜଳିଗଲା ଏକର ଏକର ଜଙ୍ଗଲ !
ନୂଆଗାଁ : ନ. ଖ / 25/02/2021(ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ବନଖଣ୍ଡ ମହିପୁରୁ ବନାଞ୍ଚଳ ଅଧୀନସ୍ଥ ମହିମା ସେକ୍ସନ ଅଧୀନରେ ଧଡ଼ିପଥର ପାହାଡକୁ ଲାଗି ରହିଥିବା ଜଙ୍ଗଲରେ କାଲି ରାତିଠାରୁ ଭୟଙ୍କର ନିଆଁ ଲାଗିରହିଛି ।
ଜଳିଗଲା ଏକର ଏକର ଜଙ୍ଗଲ !
ଏହି ବାବଦରେ ମହିମା ଫରେଷ୍ଟର ରାକେଶ କୁମାର ସାହୁ ଙ୍କୁ ପଚାରିବାରୁ ସେ କହିଥିଲେ ପାହାଡ଼ ନୁହେଁ ଗ୍ରାମ ଜଙ୍ଗଲରେ ନିଆଁ ଲାଗିଥିବ । ନିଆଁ ଲାଗିଥିବା ଖବର ପାଇ ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡାଙ୍କ ନିର୍ଦେଶ କ୍ରମେ ମହିତମା ଫରେଷ୍ଟର ରାକେଶ କୁମାର ସାହୁ ଓ ତାଙ୍କ ଟିମ ପାହଡରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ବନବିଭାଗ ଉକ୍ତ ଜଙ୍ଗଲକୁ ଗ୍ରାମ୍ୟ ଜଙ୍ଗଲ କହୁଥିଲେ ମଧ୍ୟ, ସେଠାରେ ୨୦୧୭_୧୮ରେ ବୃକ୍ଷ ରୋପଣ କରାଯାଇଛି ଓ ସେଥିରୁ ଅନେକ ଗଛ ପୋଡିଯାଇଥିବା ଦେଖିବାକୁ ମିଳିଛି |
ଜଳିଗଲା ଏକର ଏକର ଜଙ୍ଗଲ !
Tags:
Local news