ମାଆ ରତାଦେବୀଙ୍କ ପୀଠ ରତ୍ନଗିରିରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ନାମ ସଂକୀର୍ତ୍ତନ !

ମାଆ ରତାଦେବୀଙ୍କ ପୀଠ ରତ୍ନଗିରିରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ନାମ ସଂକୀର୍ତ୍ତନ !

ମାଆ ରତାଦେବୀଙ୍କ ପୀଠ ରତ୍ନଗିରିରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ନାମ ସଂକୀର୍ତ୍ତନ !


ନୂଆଗାଁ :ନ. ଖ / 28/02/2021: (ରିପୋର୍ଟ -ପ୍ରଦୀପ୍ତ କୁମାର ସାହୁ) - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର କାପ୍ତାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗା ବାରି ଗ୍ରାମ ନିକଟସ୍ଥ ଘଞ୍ଚବଣଜଙ୍ଗଲ ଘେରା ରତ୍ନଗିରି ପାହାଡ଼ ରେ କାହିଁ କେତେ କାଳ ରୁ ପୂଜା ପାଇ ଆସୁଥିବା ପ୍ରତ୍ୟକ୍ଷ  ଠାକୁରାଣୀ "ମା ରତାଦେଈ ଙ୍କ ପୀଠ।ଏହି ପୀଠରେ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ (ତା -୨୭/୨୨୧ ରିଖ ଶନିବାର ଦିନ)ମାଘଶୁକ୍ଲପକ୍ଷ ପୂର୍ଣ୍ଣମୀରେ ବିଶ୍ଵଶାନ୍ତି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଆଖ ପାଖ ଅଞ୍ଚଳ ଓ ଦୂର ଦୁଆନ୍ତରୁ ବହୁ ସଂଖ୍ୟାରେ ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଥିବା ର ଦେଖିବାକୁ ମିଳିଛି

।ଲୋକ କଥା ଓ କିମ୍ବଦନ୍ତୀ ଅନୁଯାୟୀ ଏହି ପୀଠର ମହିମା ହେଉଛି ମା ଦୁର୍ଗା ମହିଷାସୁର କୁ ବଧ କଲାପରେ ଏଠା ରେ ଅବସ୍ଥାନ କରିଥିଲେ| ଆଉ ମଧ୍ୟ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ମାତା ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କ ସହିତ ଏଠାରେ ଆଶ୍ରୟ ନେଇଥିଲେ।

ଏଠାରେ ପ୍ରଭୁ ଜଗନ୍ନାଥଙ୍କ ବଡ଼ଦାଣ୍ଡ,ସ୍ବର୍ଗ ଦ୍ବାର, ଗଙ୍ଗାମାତା,ଋଷି ବିଶ୍ଵାମିତ୍ର ଙ୍କ ଆଶ୍ରମ ବା ଗୁମ୍ଫା ମିଳିଥାଏ।ଆହୁରି ମଧ୍ୟ ସୁନ୍ଦର ଘଞ୍ଚ ବନାନୀ ପରିବେଶ ମଧ୍ୟରେ ପାହାଡ଼ ଉପରୁ ଝରୀ ଆସୁଥିବା ଝରଣା ର କୁଳୁ କୁଳୁ ନାଦ, ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ।

ଏଠାରେ ଛୋଟ ବଡ଼ କରି ୧୨୧ ଟି ଗୁମ୍ଫା ଦେଖିବାକୁ ମିଳେ।ଏଠାରେ ପ୍ରତ୍ୟେକ ବର୍ଷ ବଡ଼ଦାଣ୍ଡ ରେ ନାମ ସଙ୍କୀର୍ତ୍ତନ ହୋଇଥାଏ।ଏଥର ବିଶ୍ଵଶାନ୍ତି ନାମସଙ୍କିର୍ତ୍ତନ ସହିତ ରାତିରେ ପାଲାପରିବେଷଣ ହୋଇଥିଲା,

ଶ୍ରଦ୍ଧାଳୁ ଭକ୍ତ ମାନେ ପାଲା ଉପଭୋଗ କରିଥିଲେ ଓ ବଡ଼ଦାଣ୍ଡ ରେ ରାତ୍ର ଜାପାନ କରିଥିଲେ।ରତ୍ନଗିରି ଉନ୍ନୟନ କମିଟିର ସଭାପତି ସଂଜୀବ କୁମାର ଡାକୁଆ,ସ୍ଥାନୀୟ ସରପଞ୍ଚ ସୁଶ୍ରୀ ମୟୀ ସାମନ୍ତରାୟ,ସମିତି ସଭ୍ୟ ବିଭୂତି ଭୂଷଣ ବେହେରା, କମିଟିର ସମ୍ପାଦକ ପ୍ରତାପ କୁମାର ଯାନି,ଉପସଭାପତି ନାଦର ଯାନି,ପ୍ରଦୀପ୍ତ ଯାନି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓ

ଏହି ପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ଏହାର ଉନ୍ନତି ଦିଗରେ ପ୍ରଶାସନ ସମେତ ସମସ୍ତଙ୍କ ସହଯୋଗ କାମନା କରିଥିଲେ।  ଆଦିବାସୀ ବହୁଳ  ଅଂଚଳ ରେ ଥିବା ଏହି ପୀଠର ଉନ୍ନତି ହେଲେ ଏହାର ଆଖ ପାଖ ଆଦିବାସୀ ଗ୍ରାମର ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହୋପାରିବ।

Post a Comment

Please Select Embedded Mode To Show The Comment System.*

Previous Post Next Post