ଦଶପଲ୍ଲା ବାର ଆସୋସିଏସନ ପକ୍ଷରୁ ଜିଲ୍ଲା ଦୌରା ଜଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !

 ଦଶପଲ୍ଲା ( ନ ଖ ): ରିପୋର୍ଟ - ରତ୍ନାକର ହୋତା : ଅଦ୍ୟ ତା.୨୩.୨.୨୧ରିଖ ପୂର୍ବାହ୍ନ ୧୧ ଟା ସମୟରେ ଦଶପଲ୍ଲା କୋର୍ଟ ପରିସରରେ ଥିବା ବାର୍ ଲାଇବ୍ରେରୀ ହଲରେ,ଦଶପଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ନୟାଗଡ଼ ଜିଲ୍ଲା ଦୌରା ଜଜ୍ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା  ଦିଆଯାଇଥିଲା ।


ଏହି ସମ୍ବର୍ଦ୍ଧନା ସଭାରେ ଆସୋସିଏସନ୍ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ସଭାପତିତ୍ବ କରିଥିଲେ।ବରିଷ୍ଟ ଆଇନଜୀବୀ ଶରତ ଚନ୍ଦ୍ର ବେହେରା ଆସୋସିଏସନ୍ ପକ୍ଷରୁ ଜିଲ୍ଲା ଜଜ୍ ଶ୍ରୀମତୀ ରୁପଶ୍ରୀ ଚୌଧୁରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ସହ ଜନଗଣଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାର୍ ଓ ବେଞ୍ଚ୍ ର ସହଯୋଗ ର ଆବଶ୍ୟକତା ନିହାତି ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ତାକୁ ବଜାୟ ରଖିବାକୁ କୁ କହିଥିଲେ। ସମ୍ବର୍ଦ୍ଧନା ର ଉତ୍ତର ଦେଲାବେଳେ ଜିଲ୍ଲାଜଜ୍ ଶ୍ରୀମତୀ ଚୌଧୁରୀ ମଧ୍ୟ ଅନୁରୂପ ଭାବେ ବାର ବେଞ୍ଚର ସହଯୋଗର ଗରୀମାମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଗୌରଚନ୍ଦ୍ର ମିଶ୍ର କୃଷ୍ଣଚନ୍ଦ୍ର ଦାସ୍,ମାନସ କୁମାର ମହାଖୁଡ଼ ଓ କେଶବ ଚନ୍ଦ୍ର ମିଶ୍ର ପ୍ରଭୃତି ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ଏହି ଉତ୍ସବରେ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ମିର୍ଜା ଅସଲମ୍ ବେଗ ମଧ୍ୟ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।



Post a Comment

Please Select Embedded Mode To Show The Comment System.*

Previous Post Next Post