ବାହାଡ଼ା ଝୋଲା+୩ ଦଧିବାମନ ଜୀଉ ମହାବିଦ୍ୟାଳୟରେ ଆର୍ଥିକ ଅନୀୟମିତତା !!

ବାହାଡ଼ା ଝୋଲା+୩ ଦଧିବାମନ ଜୀଉ ମହାବିଦ୍ୟାଳୟରେ ଆର୍ଥିକ ଅନୀୟମିତତା 



ବାହାଡାଝୋଲା :28/02/2021(ରିପୋର୍ଟ : ନିରଞ୍ଜନ ସାହୁ):   କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ଜଗିବ କିଏ ? ଏପରି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ବାହଡ଼ାଝୋଲା ଦଧିବାମନ ଜୀଉ ଯୁକ୍ତ ତିନି ଡିଗ୍ରୀ କଲେଜରେ | ପରିଚାଳନା ନାଁ ରେ ଲୁଟିନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତାହା ପୁଣି କେତେବେଳେ କୌଶଳ କରି ତ ଆଉ କେତେବେଳେ ବିଭାଗୀୟ ନିୟମକୁ ଦଳି ଚକଟି ଜୋର କରି । ପଦ ପାଳାଇଲେ ଲୁଟି ହେବ ନାହିଁ ବୋଲି  ସିଟ୍ କୁ ଜାବୁଡି ଧରି ଲୁଟିଛନ୍ତି କଲେଜ ଅଧ୍ୟକ୍ଷା ।  ନୂଆଗାଁ ବ୍ଲକରେ ଯୁକ୍ତ ତିନି ଡିଗ୍ରୀ କଲେଜ ନଥିବା ବେଳେ, ବାହାଡାଝୋଲା ଠାରେ ୧୯୯୪ ମସିହାରେ ଶିକ୍ଷାକ୍ଷେତ୍ର ରେ ପଛୁଆ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ ଉଚ୍ଚଶିକ୍ଷା ର ସୁବିଧା ପାଇଁ ଅଞ୍ଚଳର କେତେକ  ବୁଦ୍ଧଜୀବି ଓ ଶିକ୍ଷା ପ୍ରେମୀ ଙ୍କ ଉଦ୍ୟମ କ୍ରମେ ସ୍ଥାପିତ ହୋଇଥିଲା " ବାହାଡ଼ାଝୋଲା ଦଧିବାମନ ଜୀଉ ଯୁକ୍ତ ତିନି (+୩) ଡିଗ୍ରୀ କଲେଜ l କଲେଜ ଠିକ ଠାକ୍ ଚାଲିଲା ଛାତ୍ର ଛାତ୍ରୀ ମାନେ ମଧ୍ୟ ଶିକ୍ଷାଲାଭ କରି ଉପକୃତ ହେଲେ । କିନ୍ତୁ ଏଥିରେ ଦାୟିତ୍ୱରେ ଥିବା ଅଧକ୍ଷା ପ୍ରବାସିନି ପଣ୍ଡା ଖୁସି ନଥିଲେ । ଯାହା ଦରମା ଥିଲା ସେତିକିରେ ସେ ସନ୍ତୁଷ୍ଟ ନଥିଲେ । ଯାହାଫଳରେ ଅସାଧୁ ଉପାୟ ଆପଣେଇ ନେଲେ ଅଧକ୍ଷା |

ବିଭିନ୍ନ ଉପାୟରେ ଲୁଟି ଚାଲିଲେ ଲକ୍ଷ ଲକ୍ଷ ଟଙ୍କା । ଲୁଟିବାରେ ଅସୁବିଧା ନହେବା ପାଇଁ ଆପଣେଇ ନେଲେ କଲେଜ ପରିଚାଳନା କମିଟିର କିଛି ଅସାଧୁ ଲୋକଙ୍କୁ ଓ କଲେଜର କିଛି ଅସାଧୁ କର୍ମଚାରୀଙ୍କୁ। ଲୁଟିବାର ରାସ୍ତା ସଫା ହୋଇଗଲା।କେତେବେଳେ କଲେଜ କାମ କରିବା ପାଇଁ ତ କେତେବେଳେ କାଠସରଞ୍ଜାମ କିଣିବା ପାଇଁ। ଆଉ କେତେବେଳେ ମରାମତି ନାଁ 'ରେ ତ ଆଉ ଅଫିସ ଯିବା ଆସିବା ପାଇଁ କାର ଭଡା ବାବଦରେ ଓ ସ୍ୱାସ୍ଥ୍ୟ ଓ ପରିମଳ ମିଶନ ଦ୍ୱାରା ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ପିଲାଙ୍କ ଠାରୁ ଆଦାୟ ହେଉଥିବା ଟଙ୍କା ରୁ ଖର୍ଚ୍ଚ ହୋଇଥିବା କହି ଖର୍ଚ୍ଚ ଦେଖେଇ ଛନ୍ତି। ଅଧ୍ୟକ୍ଷା ଙ୍କ ଏହି କାରନାମା  କଥା ଆମେ କହୁନାହୁଁ । କହୁଛି ସରକାରୀ ଦସ୍ତାବିଜ ।ଯାହାକି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ବା Joint secretary to Government ବାହାଡାଝୋଲା ଦଧିବାମନ ଜୀଉ ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟି ଓ ଉପଜିଲ୍ଲାପାଳ,ନୟାଗଡ଼ ଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି(letter no- HE-NCET-1-0034-2015 /HE,Dt.22-02-2021)। ଉକ୍ତ ଦସ୍ତାବିଜ ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କଲେଜ ଅଧକ୍ଷା ଶ୍ରୀମତୀ ପ୍ରବାସିନି ପଣ୍ଡା କେବେ କିଭଳି ଭାବେ କଲେଜ ସମ୍ପତି କୁ ଲୁଣ୍ଠନ କରିଛନ୍ତି ।ଏହି ବିଷୟରେ ଡିଗ୍ରୀ କଲେଜ ର ଅଧ୍ୟକ୍ଷା କୁ ବିଭିନ୍ନ ସମୟରେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ ।ଶୁଣନ୍ତୁ ଏଥି ନେଇ କଣ କହୁଛନ୍ତି "ବାହାଡାଝୋଲା ଆଞ୍ଚଳିକ ବିକାଶ ପରିଷଦ"ର ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା ..।

Post a Comment

Please Select Embedded Mode To Show The Comment System.*

Previous Post Next Post