ନୂଆଗାଁ : (ନ. ଖ):( ରିପୋର୍ଟ : ନିରଞ୍ଜନ ସାହୁ ): "ମୋତେ ସାହାଯ୍ୟ କର ।ବଡ ଡାକ୍ତର ଖାନାରେ ଚିକିତ୍ସା କଲେ ମୁ ଭଲ ହୋଇଯିବି ଆଉ ମୁଁ କିଛି ବି କରିପାରିବି । " ଆକୁଳ ଭରା କଣ୍ଠରେ ଏ କଥା କହୁଛନ୍ତି ହାତ ଗୋଡ ଚଳୁ ନଥିବା 23 ବର୍ଷର ଯୁବକ ସୁରେଶ ସାହୁ।
ନୟାଗଡ ଜିଲା ନୂଆଗାଁ ବ୍ଲକ ଗୁମି ପଂଚାୟତ ଗୁମି ଗ୍ରାମର ବିଧବା ବୃଦ୍ଧା ଅବନି ସାହୁଙ୍କ ପୁଅ ସୁରେଶ ସାହୁ ।
ଗାଁ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଘରୁ ସାଇକେଲ ନେଇ ପ୍ରତିଦିନ ସ୍କୁଲ ଯାଆନ୍ତି । ସ୍କୁଲ ଯିବା ସମୟରେ ଦିନେ ହଠାତ ସାଇକେଲରୁ ପଡିଯିବା ଫଳରେ ହାତଗୋଡ ଅକାମି ହୋଇଗଲା । ଏତିକିରେ ସୁରେଶଙ୍କ ଦୁଃଖ ସରି ନଥିଲା । ଆଉ କିଛି ମାସ ପରେ ବାପା ଚାଲିଗଲେ ଆର ପାରିକୁ । ରୋଜଗାର କରି ପରିବାର ଚଳାଉଥିବା ଲୋକ ଚାଲିଗଲା ପରେ ଦିନକୁ ଦିନ ଅଭାବ ଅନାଟନ ବଢିବାକୁ ଲାଗିଲା । ପୁଅର ଚିକିତ୍ସା କରାଇବା ତ ଦୂରର କଥା । ଘର ଚଳାଇବା ମଧ୍ୟ କଷ୍ଟକର ହୋଇ ପଡିଲା । ପ୍ରଶାସନ ଦୁଇ ଜଣକୁ 10 କେଜି ଚାଉଳ ଆଉ ଭତ୍ତା ଦେଇ ନିଜର କର୍ତ୍ତବ୍ୟ ସାରିଦେଇଛନ୍ତି । ଅକର୍ମଣ୍ୟ ପୁଅର ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରିକରି ଆଉ ଧାର କରଜ କରି ନୟାଗଡ, ଭୁବନେଶ୍ୱର, କଟକ ଆଦି ଡାକ୍ତର ଖାନାକୁ ନେଇ ଦେଖାଇଲେ । କିନ୍ତୁ ସବୁଠି ସେଇ ଗୋଟିଏ କଥା ଶୁଣିବାକୁ ମିଳିଲା ପୁଅ ଭଲ ହେବାକୁ ହେଲେ ବେଶୀ ଟଙ୍କା ଦରକାର । ଟଙ୍କା ଖର୍ଚ୍ଚ କଲେ ପୁଅ ନିଶ୍ଚିତ ଭଲ ହୋଇଯିବ । ଯାହାକି ବୃଦ୍ଧା ଅବନୀ ପକ୍ଷେ ଅସମ୍ଭବ । ତେବେ ସେହିଦିନଠାରୁ ଭେଣ୍ଡା ଭିନ୍ନକ୍ଷମ ପୁଅର ବୋଝକୁ ନିଜେ ବୋହି ଚାଲିଛନ୍ତି ବିଧବା ବୁଢ଼ୀ ମା । ଯଦି ସରକାରୀ କିମ୍ବା ବେସରକାରୀ ଭାବେ ଚିକିତ୍ସା ପାଇଁ ସାହାଯ୍ୟ ମିଳିପାରନ୍ତା ତେବେ ପୁଣି ନୂଆ ଜୀବନ ଆରମ୍ଭ କରିପାରନ୍ତା ଆଉ ସୁରେଶ ନିଜ ପରିବାରକୁ ଚଳେଇ ପାରିବ |