ଓଡଗାଁ ବ୍ଲକ ପବ୍ଲିକ ରାଇଟ୍ସ ଆସୋସିଏସନର ତୃତୀୟ ବାର୍ଷିକ ବୈଠକ !
ଓଡଗାଁ : ନ. ଖ / 28/02/2021(ରିପୋର୍ଟ :ସନାତନ ମହାକୁଡ଼) : ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ବ୍ଲକ୍ ଶାଖା ତରଫରୁ ଏହାର ତୄତୀୟ ବୈଠକ ସ୍ଥାନୀୟ ଗୋଡିପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଶିକ୍ଷକ, କବି, ତଥା ସମାଜସେବୀ ଯଶୋବନ୍ତ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ମାନବାଧିକାର ଓ ଏହାର ବିଭିନ୍ନ ଦିଗଗୁଡିକ ଉପରେ ଆଲୋକପାତ କରିବା ସହ ସଂଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡିକୁ ସଫଳ କରିବା ପାଇଁ ଏକତା,ନିଷ୍ଠା,ସର୍ବୋପରି ଅହଂକାର ରହିତ ସେବା ମନୋବୄତ୍ତି ରହିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ସଂଗଠନର ଜିଲ୍ଲା ସଭାପତି ବିଜୟ କୁମାର ଦାସ,ଉପସଭାପତି ଭମା ନାୟକ, ବ୍ଲକ ସଭାପତି ବିଦ୍ୟାଧର ଦାସ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିବା ବେଳେ ବ୍ଲକ ସଂଯୋଜିକା ଜଲି ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ। ରାଜ୍ୟ ସଂଯୋଜିକା ଆଡଭୋକେଟ ଜ୍ୟୋତି ପଣ୍ଡା ଅନଲାଇନ ଭିଡିଓ ମାଧ୍ୟମରେ ନିଜ ବକ୍ତବ୍ୟ ରଖି ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।ଓଡ଼ଗାଁବ୍ଲକର ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଯୋଗଦେଇ ସମାଜସେବା କ୍ଷେତ୍ରରେ ଉକ୍ତ ଅନୁଷ୍ଠାନକୁ ଆହୁରି ଆଗେଇନେବା ପାଇଁ ଶପଥ ନେଇଥିଲେ।ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଏପରି ବୈଠକ କରାଯାଇ ଅଧିକରୁ ଅଧିକ ଜନହିତକର କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବା,ଅନୁଷ୍ଠାନର ବାର୍ଷିକ ଉତ୍ସବ ଆୟୋଜନ କରାଯାଇ ଏହାକୁ ସୁଦୂରପ୍ରସାରୀ କରିବା ଏବଂ ଏକ ପତ୍ରିକା ମାଧ୍ୟମରେ ଅନୁଷ୍ଠାନର କାର୍ଯ୍ୟକ୍ରମ ସବୁକୁ ଲୋକାଭିମୁଖୀ କରିବା ପ୍ରଭୃତି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ପବ୍ଲିକ ରାଇଟସ ଆସୋସିଏସନର ସମ୍ପାଦିକା ରାଜଲକ୍ଷ୍ମୀ ସେନାପତି ସୂଚନା ଦେଇଛନ୍ତି।