NK NEWS ODISHA

News agency Odisha

ଗୋପିନାଥସ୍ଵାମୀ ବିଦ୍ଯାପୀଠର 1990 ବ୍ଯାଚ୍ ବନ୍ଧୁମିଳନ ସମାରୋହ |

1990 batch friendship ceremony of Gopinathaswami Bidyapitha
Spread the love

ଗୋପିନାଥସ୍ଵାମୀ ବିଦ୍ଯାପୀଠର 1990 ବ୍ଯାଚ୍ ବନ୍ଧୁମିଳନ ସମାରୋହ |

ଜଗନ୍ନାଥପ୍ରସାଦ: 02/07/2023(ବ୍ଯୁରୋ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗୋପିନାଥସ୍ୱାମୀ ବିଦ୍ଯାପୀଠର 1990 ବ୍ଯାଚ୍ ବନ୍ଧୁମିଳନ ସମାରୋହ ବିଦ୍ଯାଳୟ ପରିସରରେ ପାଳିଚ ହୋଇ ଯାଇଛି | ଦୀର୍ଘ 33 ବର୍ଷର ବ୍ଯବଧାନ ପରେ ନିଜ ସହପାଠୀମାନଙ୍କ ସହିତ ଏକତ୍ରିତ ହେବା ଏକ ଉତ୍ସବ ମୁଖର ବାତାବରଣ ମଧ୍ଯରେ 1990 ବ୍ଯାଚ୍ ର ସମସ୍ତ ସହପାଠୀଙ୍କ ମନରେ ଉଲ୍ଲାସ ଭରିଦେଇଥିଲା |

ଦୀର୍ଘ ବର୍ଷ ଧରି ବିଦ୍ଯାଳୟ ଛାଡ଼ିଥିବା ପୂର୍ବତନ ଛାତ୍ରଛାତ୍ରୀ ପୁଣି ଏକାଠି ହୋଇଥିଲେ ସୋସିଆଲ ମିଡ଼ିଆ ମାଧ୍ଯମରେ | ଯାହାର ଫଳ ସ୍ୱରୂପ ଗତ ଦୁଇମାସ ତଳେ ଜଣେ ସହପାଠୀଙ୍କ ମ୍ରୁତ୍ଯୁରେ ସହଯୋଗ କରି ବନ୍ଧୁତ୍ୱର ପରିପ୍ରକାଶ ପୁଣି ଉଦିତ ହୋଇଥିଲା | କାରଣ ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ସେମାନେ ସହପାଠୀର ପରିବାର ସହିତ ଏହି ଦୁଃଖ ସମୟରେ ଠିଆ ହୋଇଥିଲା| ସେହିଠାରୁ ଆରମ୍ଭ ହେଲା ବନ୍ଧୁମିଳନ ସମାରୋହର ଅଙ୍କୁରୋଦ୍ଗମ | ଏହିପରି ପ୍ରତିବର୍ଷ ବନ୍ଧୁମିଳନ କରି ନିଜ ନିଜର ଅନୁଭୁତି ବାଣ୍ଟିବାକୁ ସମସ୍ତେ ଏକମତ ହୋଇ ଉଲ୍ଲସିତ ହୋଇଛନ୍ତି |

ପ୍ରଥମେ ବିଦ୍ଯାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରିଶ ମହାପାତ୍ରଙ୍କ ସମେତ ପଣ୍ଡିତ ଶିକ୍ଷକ ଶ୍ରୀ ନାଥୁରାମ ଦାସ, ବିଜ୍ଞାନ ଶିକ୍ଷକ ଶ୍ରୀ କୈବଲ୍ଯ ସ୍ୱାଇଁ, ଖେଳ ଶିକ୍ଷକ ଶ୍ରୀ ବ୍ରଜବନ୍ଧୁ ସାହୁ, ହିନ୍ଦି ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଳର୍କ ଶ୍ରୀ ନିତ୍ଯାନନ୍ଦ ସାହୁ ଓ ବିଦ୍ଯାଳୟର ପୂର୍ବତନ ପିଅନ ରଙ୍କ ଭାଇନା ତଥା ବର୍ତମାନର ଶିକ୍ଷକମାନଙ୍କୁ ପୂଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ମାନିତ କରାଯାଇଥିଲା |

ଭକ୍ତ ସମାରୋହ ଉତ୍ସବର ମୁଖ୍ଯ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଗୋଦାବରିଶ ମହାପାତ୍ର ,ମୁଖ୍ଯ ବକ୍ତା ଶ୍ରୀ କୈବଲ୍ଯ ସ୍ୱାଇଁ ତଥା ମଞ୍ଚାସୀନ ସମସ୍ତ ସମ୍ମାନିତ ଅତିଥି ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ | ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ବିଦ୍ଯାଳୟ ପ୍ରତି ନିଜ ଶିକ୍ଷକତା ଜୀବନୀ କହିଲାବେଳେ ଭାବବିହୋଳ ହୋଇ ଯାଇଥିଲେ |

ଉକ୍ତ ସମାରୋହରେ ମନୋଜ କୁମାର ଷଢ଼ଙ୍ଗୀ, ଦିଲ୍ଲିପ କୁମାର ସାହୁ, ସୁଶାନ୍ତ କୁମାର ସାହୁ , ରମେଶ ଚନ୍ଦ୍ର ସାହୁ , ରବିନ୍ଦ୍ର କୁମାର ପ୍ରଧାନ, ପୀତବସ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ପୂର୍ଣ୍ଣ ବକ୍ସି, ଦିବାକର ବେହେରା, ସୀତାରାମ ବେହେରା, ମନମୋହନ ପଣ୍ଡା, ସୁଶାନ୍ତ ପଣ୍ଡା, ପ୍ରଣତୀ ତ୍ରିପାଠି, ବିଦ୍ଯୁତ୍ ପ୍ରଭା ମହାନ୍ତି, ସବିତା , ବାସନ୍ତି, ଗୀତା ଇତ୍ଯାଦି ପରିଚାନା କରିଥିଲେ | ମନୋଜ ଷଢ଼ଙ୍ଗୀଙ୍କ ଅତିରିକ୍ତ ଶାରିରୀକ ସହଯୋଗକୁ ସମସ୍ତେ ପ୍ରଶଂସା କରିଛନ୍ତି | ତ୍ନିଦିନ ଧରି ତାଙ୍କର ଅପ୍ରାଣ ପରିଶ୍ରମ ପାଇଁ ସେ ପ୍ରଶଂସାର ଯୋଗ୍ଯ ବୋଲି ଅବିହିତ କରିଥିଲେ ସହପାଠୀମାନେ |

ସମସ୍ତ ସହପାଠୀ ନିଜନିଜର ବିଦ୍ୟାଳୟର ଅନୁଭୁତିକୁ ସ୍ମରଣ କରି ବକ୍ତବ୍ୟ ରଖିଥିଲେ |

ସଭା ପରିଚାଳନ କରିଥିଲେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ପ୍ରଣତି ତ୍ରିପାଠୀ | ରମେଶ ଚନ୍ଦ୍ର ସାହୁଙ୍କ ପରିଚାଳିତ ସ୍ୱାଗତ ସଂଗୀତ ବେଶ୍ ମନୋମୁଗ୍ଧକର ଥିଲା | ପ୍ରତାପ ଚନ୍ଦ୍ର ନାୟକଙ୍କ ମ୍ଯାଜିକ୍ ସୋ ର ମଜ୍ଜା ନେଇଥିଲେ ସମସ୍ତ ଦର୍ଶକ |

%d bloggers like this: