NK NEWS ODISHA

News agency Odisha

12 ମିଟର ରାକ୍ଷୀ ବାନ୍ଧିଲା “ରାଷ୍ଟ୍ର ନିର୍ମାଣ ଅଭିଯାନ”

Spread the love

12 ମିଟର ରାକ୍ଷୀ ବାନ୍ଧିଲା “ରାଷ୍ଟ୍ର ନିର୍ମାଣ ଅଭିଯାନ”

କେନ୍ଦ୍ରାପଡ଼ା : 22/08/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): ପବିତ୍ର ରକ୍ଷା ବନ୍ଧନ ଅବସରରେ ପ୍ରସ୍ତତ ହେଲା 12 ମିଟର ଲମ୍ବା ଦୀର୍ଘ ରାକ୍ଷୀ। କେନ୍ଦ୍ରାପଡାର ସାମାଜିକ ଅନୁଷ୍ଠାନ “ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ ଏହି ଦୀର୍ଘ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ତେବେ ରାକ୍ଷୀ ଟିକୁ ଏକ ବଟବୃକ୍ଷ ରେ ବାନ୍ଧି ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତା ଦେଇଛନ୍ତି ଅନୁଷ୍ଠାନ ର ସଦସ୍ୟ ମାନେ।

ଏହି ରାକ୍ଷୀଟିକୁ ପ୍ରସ୍ତୁତ କରିବା ପାଇଁ 6 ଦିନ ସମୟ ଲାଗିଛି। ଏଥିରେ 3 ରଙ୍ଗର 36 ମିଟର କପଡା, 36 ମିଟର ଅସ୍ତ୍ର କପଡା, 25 ମିଟର ଲେସ, ଚୁମକୀ, ରଙ୍ଗୀନ ପଥର, ଅଠା ପ୍ରଭୃତି ବ୍ୟବହାର ହୋଇଛି। ରକ୍ଷା ବନ୍ଧନ ଅବସରରେ ସ୍ଥାନୀୟ ଦେପୁର ସ୍ଥିତ ବାଞ୍ଛା କଳ୍ପତରୁ ବଟ ମହାପୁରୁଷ ପୀଠରେ ଥିବା ଶତାୟୁ ବରଗଛରେ ଏହି ରାକ୍ଷୀଟି ବନ୍ଧାଯାଇ ପୂଜାର୍ଚନା କରାଯାଇଛି।

‘ପରିବେଶ ସୁରକ୍ଷା, ରାଷ୍ଟ୍ର ରକ୍ଷା’ ସ୍ଲୋଗାନ ଦେଇ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ବୃକ୍ଷ ରୋପଣ ପାଇଁ ଶପଥ ନେଇଥିଲେ। ଏଥିରେ ଅତିଥି ଭାବେ ଉତ୍ତମ ଚରଣ ନାୟକ, ଶ୍ରୀ ଚରଣ ନାୟକ, ଦେବ ପ୍ରସନ୍ନ ସ୍ୱାଇଁ, ମନୋଜ ନାୟକ,ଗୌତମ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମଳୟ ସାହୁ, ସୁଶାନ୍ତ ନାୟକ ଓ କେଶବ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

%d