ରାଜ୍ୟ ସରକାରଙ୍କ ପୂଜା ଭେଟି, ସରକାରୀ କର୍ମଚାରୀ ଓ ପେନସନଭୋଗିଙ୍କ ପାଇଁ 11% ମାହାଙ୍ଗା ଭତ୍ତା !
ଭୁବନେଶ୍ୱର : 08/10/2021(ବ୍ୟୁରୋ): ପୂଜା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ପାଇଁ 11% ମହଙ୍ଗା ଭତ୍ତା ଓ dearness relief ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ।
ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ %ରୁ ବଢ଼ି 28%ରେ ପହଞ୍ଚିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ମାସରୁ ପିଛିଲା ଭାବରେ 11% ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।
ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ 4800 ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ପାଉଥିବା କର୍ମଚାରୀମାନଙ୍କୁ GIS ବାବଦରେ 7500 ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା 20 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ 4800 ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଏବଂ 5400 ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ ପରିବାରକୁ 6 ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ସେହିପରି ଅନ୍ତେଷ୍ଟିକ୍ରୀୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ 5 ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ GIS ଦେୟ ପୂର୍ବ ପରି 10ଟି କିସ୍ତିରେ କର୍ମଚାରୀ ମାନଙ୍କ ଦରମାରୁ ନିଆଯିବ।
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡିଶାରେ ନିର୍ବାଚନ ଏବଂ ରାଜନୈତିକ ଧାରା: ଭବିଷ୍ୟତ କ’ଣ?
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |