10th class summative exams begin at 3 nodal centers in Gania block

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଗଣିଆ ବ୍ଳକରେ ଦଶମଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ |

10th class summative exams begin at 3 nodal centers in Gania block
Spread the love
ADVERTISEMENT
ADVERTISEMENT
ADVERTISEMENT

ଗଣିଆ ବ୍ଲକର 3ଟି ନୋଡାଲ ସେଣ୍ଟରରେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ |

ଗଣିଆ : 05/01/2022(ରିପୋର୍ଟ: ମାନସ ରଞ୍ଜନ ଦାସ): ଓମିକ୍ରନ୍‌ର ଆଶଙ୍କା ଭିତରେ ଆଜିଠାରୁ ଆରମ୍ଭ ହେଇଛି ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା। ଆଜି ପ୍ରଥମ ସିଟିଂରେ ଓଡ଼ିଆ ବିଷୟରେ ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ସିଟିଂରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟରେ ପରୀକ୍ଷା ଦେଇଛନ୍ତି । ସକାଳ 10ଟାରୁ 11ଟା ଓ ଦିନ 12ଟାରୁ ଗୋଟାଏ ଯାଏଁ ଏଭଳି ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ତିନିଦିନ ଧରି ଚାଲିବ । ମଲଟିପୁଲ୍ ଚଏସ୍ ବେସଡ୍ ଓଏମଆର ସିଟ୍‌ରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ମୋଟ୍ 50 ମାର୍କର ପରୀକ୍ଷା ଦେଲେ।

ADVERTISEMENT

ଏହି ପରିପ୍ରେକ୍ଷୀରେ ଗଣିଆ ବ୍ଲକର 3ଟି ନୋଡାଲ ସେଣ୍ଟରରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍ ଲାଇନକୁ କ଼ଡାକଡି ଭାବେ ପାଳନ କରାଯାଇ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ ।କିଶୋରଚନ୍ଦ୍ର ନୋଡାଲ ଵିଦ୍ୟାପୀଠ ସେଣ୍ଟରରେ 194 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ 193 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ , ଜଣେ ପିଲା ଅନୁପସ୍ଥିତ ଥିଲେ।ସେହିପରି ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠ ସେଣ୍ଟରରେ 95 ଜଣ ପିଲା ପରୀକ୍ଷା ଦେବାକୁ ଥିବାବେଳେ 92ଜଣ ପିଲା ପରୀକ୍ଷା ଦେଇଥିଲେ ,3ଜଣ ପିଲା ଅନୁପସ୍ଥିତ ଥିଲେ । ସେହିପରି ପଦ୍ମନାଭ ନୋଡାଲ ବିଦ୍ୟାପୀଠ ଆଡକଟା ସେଣ୍ଟରରେ 164ଜଣ ପିଲା ପରୀକ୍ଷା ଦେବାକୁ ଥିବାବେଳେ 155 ଜଣ ପିଲା ପରୀକ୍ଷା ଦେଇଥିଲେ 9 ଜଣ ଅନୁପସ୍ଥିତ ଥିଲେ ।

ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ଅଦୂରଦର୍ଶିତା ଲାଗି ପିଲାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିବା ଅଭିଯୋଗ ଆସିବା ପରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ଲାଗି 4ଟି ଫର୍ମେଟିଭ ଓ ଦୁଇଟି ସମ୍ମେଟିଭ ପରୀକ୍ଷା କରିବାକୁ ବୋର୍ଡ ଘୋଷଣା କରିଥିଲା। ଯାହାଦ୍ୱାରା ମହାମାରୀ ପାଇଁ ବୋର୍ଡ ପରୀକ୍ଷା ଯଦି ବାତିଲ୍ ହୁଏ, ତେବେ ଫର୍ମେଟିଭ ଓ ସମ୍ମେଟିଭ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇପାରିବ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: