NK NEWS ODISHA

News agency Odisha

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ଗଠିତ ହେଲା ଡିଜିଟାଲ ମିଡ଼ିଆ ସଂଘ !

Spread the love

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ଗଠିତ ହେଲା ଡିଜିଟାଲ ମିଡ଼ିଆ ସଂଘ

ଦଶପଲ୍ଲା :02/07/2021(ରିପୋର୍ଟ :ରତ୍ନାକର ହୋତା): – କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମ କରି ନୟାଗଡ ଜିଲ୍ଲା ରେ ଡିଜିଟାଲ ମିଡ଼ିଆ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ପ୍ରଥମ କରି ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ଆସୋସିଏସନ ନାମରେ ସଂଘ ଗଠିତ ହୋଇ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ ,ଦଶପଲ୍ଲା ନେତାଜୀ ପଡିଆ ନିକଟସ୍ଥ , ଟ୍ରକ୍ ଓନର୍ସ ଆସୋସିଏସନ ଗୃହରେ ଆୟୋଜିତ ହୋଇଥିଲା |

Digital media journalist's group photo
 ଏହି ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଗଠନର ସଭାପତି ଅନୱର ଅଲ୍ଲୀ , ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥତିରେ ଦଶପଲ୍ଲା ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଥିବା ନେଇ ମତ ପ୍ରକାଶ କରିଥିଲେ | ଜିଲ୍ଲା ସଂଗଠନର ସଭାପତି ଅନୱର ଅଲ୍ଲୀ ଦଶପଲ୍ଲା ବ୍ଲକ ରେ ବିଭିନ୍ନ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧି ମାନେ ଶୃଙ୍ଖଳିତ ଭାବରେ ନିଜର କାମ କରିବା ସହିତ ବ୍ଲକ ଓ ଜିଲ୍ଲା ସଙ୍ଗଠନକୁ ଆଗେଇ ନେବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ଜିଲ୍ଲା ସମ୍ପାଦକ କିଶୋର ମହାପାତ୍ର | ବୈଠକରେ ସର୍ବ ସମ୍ମତି କ୍ରମେ  ଶୁଶାନ୍ତ କୁମାର ସାହୁ ସଭାପତି , ରତ୍ନାକର ହୋତା ସମ୍ପାଦକ ,ପ୍ରମୋଦ କୁମାର ମହାନ୍ତି  କୋଷାଧ୍ୟକ୍ଷ ,ଶରତ କୁମାର ମିଶ୍ର କାର୍ଯ୍ୟାଳୟ ସଂଯୋଜକ ଭାବରେ ମନୋନୟନ କରାଯାଇଥିଲା |
%d